Posts

Showing posts from December, 2023

ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)

 ଏଣିକି ଜେଏନୟୁରେ ଧାରଣା ଦେଲେ ଦେବାକୁ ପଡିବ ୨୦ ହଜାର ଟଙ୍କାର ଜରିମାନା  ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଅନେକ ବିବାଦ କାରଣରୁ ଅନେକ ସମୟରେ ଆଲୋଚନାକୁ ଆସିଥାଏ । ଏହି ବିଶ୍ୱବିଦ୍ୟାଳୟରେ ଅନେକ ସମୟରେ ଛାତ୍ରଛାତ୍ରୀ ଆନ୍ଦୋଳନ ସହ ବିକ୍ଷୋଭ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ମୁତାବକ ଏଣିକି ଜେଏନୟୁ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କିମ୍ବା ଜାତୀୟ ବିରୋଧୀ ସ୍ଲୋଗାନ ଦେଲେ ଜରିମାନା ଲାଗୁ କରାଯିବ ବୋଲି କୁହାଯାଇଛି । ଦେଶ ବିରୋଧୀ ସ୍ଲୋଗାନ ଦେବା ମାମଲା ଜେଏନୟୁରେ ପୂର୍ବରୁ ସାମ୍ନାକୁ ଆସିଥିଲା ? ଯେଉଁଥିରେ ଛାତ୍ର ନେତା କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାରିକୁ ଦଣ୍ଡିତ କରାଯାଇ ନାହିଁ । ଜେଏନୟୁ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ କ୍ୟାମ୍ପସ ଭିତରେ ବିରୋଧ ପ୍ରଦର୍ଶନ ପାଇଁ ୨୦୦୦୦ ଟଙ୍କା ଏବଂ ଜାତୀୟ ବିରୋଧୀ ସ୍ଲୋଗାନ ଦେଲେ ୧୦୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି । ତେବେ ଏହି ନିଷ୍ପତ୍ତିକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏବିଭିପି ପକ୍ଷରୁ କୁହାଯାଇଛି ଯେ ଏହା ପୂର୍ବରୁ ଏଭଳି ନିର୍ଦ୍ଦେଶନାମା ଆସିଥିଲା ଓ ବ...

ସାଇବର ଅପରାଧ

9-12-23 ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ "ସ୍ପାଏ ଲୋନ ଆପ୍‌',  ନୂଆଦିଲ୍ଲୀ ୮ ।୧୨  : ସାରା ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କୁ ସୁବିଧା ପହାଇବା ନିମନ୍ତେ ଗୁଗଲ ବେଶ୍ ଜଣାଶୁଣାୟ କମ୍ପାନୀ ତାଙ୍କ ୟୁଜର୍ସଙ୍କ ସୁରକ୍ଷାକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଥାନ୍ତିୟ ଏହିକ୍ରମରେ କମ୍ପାନୀ ତାଙ୍କ ପ୍ଲେ ଷ୍ଟୋରରୁ ୧୭ ସ୍ପାଏ ଲୋନ ଆପ୍ ହଟାଇ ଦେଇଛନ୍ତିୟ ସ୍ଲୋଭାକ୍ ସଫ୍ଟୱେର କମ୍ପାନୀ ଇଏସଇଟିଙ୍କ ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ପ୍ରାରମ୍ଭରୁ କମ୍ପାନୀ ଭ୍ରମାତ୍ମକ ଏଣ୍ଡ୍ରଏଡ ଲୋନ୍ ଆପ୍ ର ଚିନ୍ତାଜନକ ବୃଦ୍ଧି ଦେଖିବାକୁ ପାଇଥିଲେୟ ଯେଉଁଗୁଡିକ ନିଜକୁ ବୈଦ୍ଧ ପର୍ସନାଲ ଲୋନ ସେବା ରୂପେ ଉପସ୍ଥାପିତ କରିବା ସହିତ ତ୍ୱରିତ ଓ ସହଜ ଋଣର ପ୍ରତିଶ୍ରୁତି ଦେଉଥିଲେ । ତେବେ ଏହି ସେବାଗୁଡିକ ବାସ୍ତବରେ ୟୁଜରଙ୍କୁ ଧୋକା ଦେଇଥାନ୍ତି ଓ ଉଚ୍ଚ ସୁଧହାରରେ ଋଣ ଉପସ୍ଥାପନ କରି ଧୋକା ଦେବା ପାଇଁ ଡିଜାଇନ କରାଯାଇଛନ୍ତି । ଡାର୍କ ରିଡିଂର ଏକ ରିପୋର୍ଟରେ କୁହାଯାଇଛି ଯେ ସ୍ପାଇଲୋନ ଆପସ୍ ପର୍ସନାଲ ଲୋନ ପାଇଁ ଏକ ବୈଦ୍ଧ ବିଦ୍ଧି । 8-12-23 ଘରେ ବସି ଚାକିରି ନାଁରେ ଠକେଇ କରୁଥିବା ୧୦୦ରୁ ଅଧିକ ୱେବ୍‌ସାଇଟ୍‌କୁ ବ୍ୟାନ୍ ନୂଆଦିଲ୍ଲୀ: ଦିନକୁ ଦନ ବଢ଼ିବାରେ ଲାଗିଛି ସାଇବର ଅପରାଧ । କିଏ କେଉଁ ପ୍ରକାରେ ଲୋକଙ୍କୁ ଲଗାଉଛି ଚୁନା । କିଏ ନୂଆ ନୂଆ ସ୍କମି ବାହାର କରି ଲଟୁଛନ୍ତି ତ ଆଉ କିଏ ପାର୍ଟ ଟାଇମ୍ ଚାକିରି ଦେବା ନାଁରେ କରୁଛନ୍ତି ଠକେଇ । ଏ...