ସାଇବର ଅପରାଧ


9-12-23

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ "ସ୍ପାଏ ଲୋନ ଆପ୍‌', 

ନୂଆଦିଲ୍ଲୀ ୮ ।୧୨  : ସାରା ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କୁ ସୁବିଧା ପହାଇବା ନିମନ୍ତେ ଗୁଗଲ ବେଶ୍ ଜଣାଶୁଣାୟ କମ୍ପାନୀ ତାଙ୍କ ୟୁଜର୍ସଙ୍କ ସୁରକ୍ଷାକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଥାନ୍ତିୟ ଏହିକ୍ରମରେ କମ୍ପାନୀ ତାଙ୍କ ପ୍ଲେ ଷ୍ଟୋରରୁ ୧୭ ସ୍ପାଏ ଲୋନ ଆପ୍ ହଟାଇ ଦେଇଛନ୍ତିୟ ସ୍ଲୋଭାକ୍ ସଫ୍ଟୱେର କମ୍ପାନୀ ଇଏସଇଟିଙ୍କ ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ପ୍ରାରମ୍ଭରୁ କମ୍ପାନୀ ଭ୍ରମାତ୍ମକ ଏଣ୍ଡ୍ରଏଡ ଲୋନ୍ ଆପ୍ ର ଚିନ୍ତାଜନକ ବୃଦ୍ଧି ଦେଖିବାକୁ ପାଇଥିଲେୟ ଯେଉଁଗୁଡିକ ନିଜକୁ ବୈଦ୍ଧ ପର୍ସନାଲ ଲୋନ ସେବା ରୂପେ ଉପସ୍ଥାପିତ କରିବା ସହିତ ତ୍ୱରିତ ଓ ସହଜ ଋଣର ପ୍ରତିଶ୍ରୁତି ଦେଉଥିଲେ । ତେବେ ଏହି ସେବାଗୁଡିକ ବାସ୍ତବରେ ୟୁଜରଙ୍କୁ ଧୋକା ଦେଇଥାନ୍ତି ଓ ଉଚ୍ଚ ସୁଧହାରରେ ଋଣ ଉପସ୍ଥାପନ କରି ଧୋକା ଦେବା ପାଇଁ ଡିଜାଇନ କରାଯାଇଛନ୍ତି । ଡାର୍କ ରିଡିଂର ଏକ ରିପୋର୍ଟରେ କୁହାଯାଇଛି ଯେ ସ୍ପାଇଲୋନ ଆପସ୍ ପର୍ସନାଲ ଲୋନ ପାଇଁ ଏକ ବୈଦ୍ଧ ବିଦ୍ଧି ।



8-12-23

ଘରେ ବସି ଚାକିରି ନାଁରେ ଠକେଇ କରୁଥିବା ୧୦୦ରୁ ଅଧିକ ୱେବ୍‌ସାଇଟ୍‌କୁ ବ୍ୟାନ୍

ନୂଆଦିଲ୍ଲୀ: ଦିନକୁ ଦନ ବଢ଼ିବାରେ ଲାଗିଛି ସାଇବର ଅପରାଧ । କିଏ କେଉଁ ପ୍ରକାରେ ଲୋକଙ୍କୁ ଲଗାଉଛି ଚୁନା । କିଏ ନୂଆ ନୂଆ ସ୍କମି ବାହାର କରି ଲଟୁଛନ୍ତି ତ ଆଉ କିଏ ପାର୍ଟ ଟାଇମ୍ ଚାକିରି ଦେବା ନାଁରେ କରୁଛନ୍ତି ଠକେଇ । ଏଭଳି କିଛି ମାମାଲା ସାମ୍ନାକୁ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର ସରକାର । ପାର୍ଟ ଟାଇମ୍ ଚାକିରି ତଥା ଘରେ ବସି ଚାକିରି ନାଁରେ ଠକେଇ କରୁଥିବା ୧୦୦ରୁ ଅଧିକ ୱେବ୍‌ସାଇଟ୍‌କୁ ବ୍ୟାନ୍ କରାଯାଇଛି । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହି ୱେବସାଇଟ୍ ଗୁଡିକ ଅର୍ଗାନାଇଜଡ ଇନ୍‌ଭେଷ୍ଟମେଣ୍ଟ ଓ ଟାସ୍କ ବୋର୍ଡ ପାର୍ଟ ଟାଇମ୍ ଜବ ସହ ଜଡିତ ଠକେଇରେ ସାମିଲ ଥିଲା । ଏହି ୱେବସାଇଟ୍ ଗୁଡିକ ବିଭିନ୍ନ ସାଇବର ଠକେଇ କରୁଥିଲା । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ସାଇବର କ୍ରାଇମ ଥ୍ରେଟ୍ ବିଶ୍ଳେଷଣ ୟୁନିଟ ଦ୍ୱାରା ସୁପାରିଶ କରାଯାଇଥିଲା । ଏହାପରେ କେନ୍ଦ୍ର ସରକାର ଏହି ୱେବସାଇଟ୍ ଗୁଡିକ ଉପରେ ଆକ୍ସନ ନେଇଛନ୍ତି । ଗତ ସପ୍ତାହରେ ୧୦୦ ରୁ ଅଧିକ ଠକ ୱେବସାଇଟ ଚିହ୍ନଟ କରାଯାଇଥିଲା । ଏଗୁଡିକ ପୁଞ୍ଜି ବିନିଯୋଗ କିମ୍ବା ଟାସ୍କ ଭିତ୍ତିକ ପାର୍ଟ ଟାଇମ ଚାକିରି ଲୋଭ ଦେଖାଇ ଲୋକଙ୍କୁ ଲୁଟିବା କାମ କରୁଥିଲେ । ଏହି ୱେବସାଇଟଗୁଡିକ ବିଦେଶୀ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । କମ୍ପାନୀଗୁଡିକ ଲୋକଙ୍କୁ ଠକିବାପାଇଁ ଡିଜିଟାଲ ବିଜ୍ଞାପନ, ଚାଟ ମେସେଞ୍ଜରଇତ୍ୟାଦି ବ୍ୟବହାର କରୁଥିଲେ । ବଡ ବଡଆର୍ôଥକ ଠକେଇର ଆୟ କାର୍ଡ ନେଟୱାର୍କ,କ୍ରିପ୍େଟାକରେନ୍ସି ଏବଂ ଅନ୍ତର୍ଜାତୀୟ ଫିଣ୍ଟେକକମ୍ପାନୀ ବ୍ୟବହାର କରି ଦେଶ ବାହାରକୁପଠାଯାଇଛି । ନ୍ୟାସ ତେଣୁ ଏହିୱେବସାଇଟ୍‌ଗୁଡିକୁ ବ୍ୟାନ୍ କରିବାକୁ ପରାମର୍ଶଦିଆଯାଇଥିଲା ।ନ୍ୟାଶନାଲ ସାଇବର କ୍ରାଇମ ରିପୋର୍ଟିଂପୋର୍ଟାଲ ଏବଂ ୧୯୩୦ ହେଲ୍ପଲାଇନମାଧ୍ୟମରେ ଏହିପରି ଠକେଇର ଅନେକଅଭିଯୋଗ ଗ୍ରହଣ କରାଯାଇଥିଲା ।ମନ୍ତ୍ରଣାଳୟ କହିଛି ଏହି ଅପରାଧ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଛି ଏବଂ ତଥ୍ୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି । ଏହିପରି ୱେବସାଇଟ ଗୁଡିକ ଲୋକମାନଙ୍କୁ ନିଜ ଜାଲରେ ଫସାଉଛନ୍ତି । ଗୁଗୁଲ ଏବଂ ମେଟା ପରି ପ୍ଲାଟଫର୍ମରେ ଡିଜିଟାଲ ବିଜ୍ଞାପନ ମାଧ୍ୟମରେ ‘ଘରେ ଚାକିରି’ ଏବଂ ‘ଘରୁ କିପରି ରୋଜଗାର’ ଭଳି ଶବ୍ଦ ବ୍ୟବହାର କରି ଠକେଇ କରାଯାଉଛି । ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀ, ମହିଳା ଏବଂ ବେକାର ଯୁବକ, ଯେଉଁମାନେ ପାର୍ଟ ଟାଇମ ଚାକିରି ଖୋଜନ୍ତି ସେମାନଙ୍କୁ ଟାର୍ଗେଟ କରିବା ଏମାନଙ୍କ ଲକ୍ଷ୍ୟ ରହିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । 




7- ଡିସେମ୍ବର-2023

 ନୂଆଦିଲ୍ଲୀ: ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୧୦୦ରୁ ଅଧିକ ଚୀନ୍ ୱେବସାଇଟ୍‌କୁ ନିଷିଦ୍ଧ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚୀନ୍ ଦ୍ୱାରା ପରିଚାଳିତ ଆର୍ôଥକ ଠକେଇ ଉପରେ ସଦ୍ୟତମ ପର୍ଦ୍ଦାଫାସ ପରେ ଭାରତ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରାଳୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ଚିଠି ଲେଖି ସଂପୃକ୍ତ ୱେବସାଇଟ୍ ଗୁଡ଼ିକୁ ବ୍ଲକ୍ କରିବାକୁ ଅନୁରୋଧ କରିଛି । ଗତ କିଛି ବର୍ଷ ମଧ୍ୟରେ ଭାରତ ସରକାର ପ୍ରାୟ ୨୫୦ଟି ଚାଇନା ଆପ୍‌କୁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ଦେଶର ସୁରକ୍ଷା ଏବଂ ଜନଶୃଙ୍ଖଳା ପ୍ରତି ପ୍ରତିକୂଳ ବୋଲି ଦର୍ଶାଇ ଏସବୁକୁ ନିଷିଦ୍ଧ କରି ଦେଇଛନ୍ତି । ଭାରତରେ ଟିକ୍‌ଟକ୍‌, ଜେଣ୍ଡର, ସେନ୍‌, କ୍ୟାମ୍ ସ୍କାନର ଭଳି ଆପ୍ ବହୁଳ ଭାବେ ବ୍ୟବହୃତ ହେଉଥିଲା ଏବଂ ଲକ୍ଷ ଲକ୍ଷ ଡାଉନ୍‌ଲୋଡ୍ ହୋଇଥିଲା । ସରକାରୀ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏହି ଆପ୍‌ଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ । ଏଗୁଡ଼ିକ ଉପଭୋକ୍ତାଙ୍କ ତଥ୍ୟ ସଂଗ୍ରହ କରି ଗୁରୁତ୍ୱପୂର୍ଣ୍ଣ ଅନୁମତି ମାଗୁଥିବା ଅଭିଯୋଗ ହୋଇଛି । କୁହାଯାଏ ଯେ ଶତ୍ରୁ ରାଷ୍ଟ୍ରରେ ସର୍ଭରମାନେ ଅଧିଗ୍ରହଣ କରାଯାଇଥିବା ଡାଟାକୁ ଅନୁପଯୁକ୍ତ ଭାବରେ ଗ୍ରହଣ କରୁଛନ୍ତି ଏବଂ ବ୍ୟବହାର କରୁଛନ୍ତି । ନିକଟରେ ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ବିଜିଏମଆଇ ବା ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆ ନାମକ ପବଜି ମୋବାଇଲର ଭାରତୀୟ ସଂସ୍କରଣକୁ ହଟାଇ ଦିଆଯାଇଛି । ବ୍ୟାଟଲଗ୍ରାଉଣ୍ଡସ୍ ରୟାଲ ଗେମ୍ ଭାରତରେ ବହୁତ ଲୋକପ୍ରିୟତା ହାସଲ କରିଥିଲା ଏବଂ ମାତ୍ର ଏକ ବର୍ଷ ମଧ୍ୟରେ ୧୦୦ ନିୟୁତରୁ ଅଧିକ ଉପଭୋକ୍ତା ସଂଗ୍ରହ କରିବାରେ ସମର୍ଥ ହୋଇଥିଲା ।


Comments